25.1 C
Bhubaneswar
Monday, January 12, 2026
Homeଓଡିଶାଓଡିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ

ଓଡିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଓଡିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ । ଅଧିକ ବିଦେଶୀ ଛାତ୍ର ପଢୁଥିବା ୧୦ ଟି ରାଜ୍ୟ ତାଲିକାରେ ଓଡିଶା ।କୋଲକାତା, ହାଇଦଦ୍ରାବାଦ, ତେଲେଙ୍ଗାନା ଭଳି ସ୍ଥାନରେ ଅନେକ ଖ୍ୟାତିନାମା ଉଚ୍ଚଶିକ୍ଷାନୁଷ୍ଠାନ ଥିଲେ ବି ଓଡିଶା ସେମାନଙ୍କୁ ପଛରେ ପକାଇ ଏହି ଗୌରବ ହାତେଇଛି । ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟ କରଣ ତାକୁ ନେଇ ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଓଡିଶାକୁ ବିଦେଶୀ ଛାତ୍ର ଆକୃଷ୍ଟ ହୋଇଥିବା ନେଇ ଉତ୍ସାହଜନକ ତଥ୍ୟ ଆସିଛି । ଓଡିଶାରେ ଏବେ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଟେକରେ ସର୍ବାଧିକ ୨୨୨୧ ଛାତ୍ରଛାତ୍ରୀ ପଢିଛନ୍ତି । ୨୦୨୧-୨୨ରେ୨୩୨୦ ବିଦେଶୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ଓଡିଶା ଆସିଛନ୍ତି । ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକତ୍ତୋର , ପିଏଚଡି ରେ ନାମ ଲେଖାଇଥିଲେ । ଅନ୍ୟ ରାଜ୍ୟଗୁଡିକୁ ପଛରେ ପକାଇ ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛନ୍ତି ଓଡିଶା ଓ ହରିୟାଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking