ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ବିଦେଶୀ ସିଗାରେଟ୍ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖିଛି । ୫ ଜଣଙ୍କ ଠାରୁ ମିଳିଥିଲା ବିଦେଶୀ ସିଗାରେଟ୍ । ବେଆଇନ ସିଗାର ଓ ସିଗାରେଟ୍ ଜବତ କରିଛି ଡିଆରଆଇ ଓ କଷ୍ଟମ ବିଭାଗ । ୨୫ଟି ସିଗାରେଟ୍ ପ୍ୟାକେଟ୍ ଓ ୪୦୦୦ ପିସ୍ ସିଗାର ଜବତ କରାଯାଇଛି । ଜବତ ସିଗାର ଓ ସିଗାରେଟ୍ର ମୂଲ୍ୟ ୩୫ ଲକ୍ଷ୍ୟ ଟଙ୍କା । ବେଆଇନ ଭାବେ ଦୁବାଇରୁ କରୁଥିଲେ ଚାଲାଣ । ଅଭିଯୁକ୍ତଙ୍କ ଠାରୁ ୨ଟି ଆଇଫୋନ୍ – ୧୭ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ଭୁବନେଶ୍ୱରରୁ ସଡକ ପଥ ଦେଇ କୋଲକାତା ଯାଇଥାନ୍ତେ । ୮ ଜଣଙ୍କ ମଧ୍ୟରୁ ୫ ଜଣ ଉତ୍ତରପ୍ରଦେଶର, ଆଉ ୩ ଜଣ ଦିଲ୍ଲୀର ବାସିନ୍ଦା ହୋଇଥିବା ଜଣାପଡିଛି । ୬ଇ୧୪୮୮ ବିମାନରେ ଦୁବାଇରୁ ଆସିଥିଲେ । ଡିଆରଆଇ ୮ ଜଣଙ୍କୁ ଗିରଫ କରି କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି ।










