29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସ୍ତ୍ରୀ କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା : ମଧ୍ୟପ୍ରଦେଶ ହାଇକୋର୍ଟ

ସ୍ତ୍ରୀ କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା : ମଧ୍ୟପ୍ରଦେଶ ହାଇକୋର୍ଟ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ ଏ ପ୍ରକାର ମାମଲାରେ କୋର୍ଟ ଜଣେ ମହିଳାଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଛନ୍ତି। ଘଟଣା ଅନୁଯାୟୀ ୩୩ ବର୍ଷୀୟା ମହିଳା ଜଣକ କେନ୍ଦ୍ର ସରକାରଙ୍କ ସହଯୋଗୀ ସଂସ୍ଥାର ଜଣେ ମ୍ୟାନେଜର ଭାବରେ କାର‌୍ୟ୍ୟ କରନ୍ତି। ମାମଲାରେ ଫ୍ୟାମିଲି କୋର୍ଟ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିବା ପରେ ସେ ମଧ୍ୟ ପ୍ରଦେଶ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ। ନଭେମ୍ବର ୧୩ ର ରାୟରେ ପ୍ରଧାନ ବିଚାରପତି ସୁରେଶ କୁମାର କୈତ ଏବଂ ଜଷ୍ଟିସ ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀଙ୍କୁ ନେଇ ଖଣ୍ଡପୀଠ ପରିବାର କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରି ମହିଳାଙ୍କ ଛାଡପତ୍ର ପାଇଁ ଆବେଦନକୁ ଅନୁମତି ଦେଇଛନ୍ତି। ଏହିକ୍ରମରେ କୋର୍ଟ କହିଛନ୍ତି “ସ୍ୱାମୀ କିମ୍ବା ସ୍ତ୍ରୀ ଏକାଠି ରହିବାକୁ ଚାହାଁନ୍ତି, ଏହା ସେମାନଙ୍କର ଇଚ୍ଛା। ସ୍ୱାମୀ କିମ୍ବା ସ୍ତ୍ରୀ ଅନ୍ୟ ପକ୍ଷକୁ ପତି-ପତ୍ନୀଙ୍କ ପସନ୍ଦ ଅନୁଯାୟୀ କୌଣସି କାମ ନକରିବାକୁ ବାଧ୍ୟ କରିପାରିବେ ନାହିଁ।

ବର୍ତ୍ତମାନ ପରିସ୍ଥିତିରେ ସ୍ୱାମୀ ସ୍ତ୍ରୀଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରିଥିଲେ ଯେ ପର୍ଯ୍ୟନ୍ତ ସେ ଚାକିରି ପାଇଁ ନାହାନ୍ତି। ୨୦୧୪ ରେ ବିବାହ ପରେ ଏହି ଦମ୍ପତି ଭୋପାଳରେ ରହିବା ସମୟରେ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। “୨୦୧୭ ମହିଳା ଜଣକ ଏକ ସରକାରୀ ଚାକିରି ପାଇଲେ କିନ୍ତୁ ତାଙ୍କ ସ୍ୱାମୀ ପାଇ ନଥିଲେ। ଏହା ତାଙ୍କ ଇଗୋକୁ ଆଘାତ ଦେଇଥିଲା। ତା’ପରେ ସେ ଚାକିରି ଛାଡି ଭୋପାଳରେ ତାଙ୍କ ସହ ରହିବାକୁ ତାଙ୍କୁ ବାଧ୍ୟ କରିବାକୁ ଲାଗିଲେ। ଯେ ପର‌୍ୟ୍ୟନ୍ତ ସେ କୌଣସି ଚାକିରି ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ସ୍ତ୍ରୀଙ୍କୁ ଚାକିରି ଛାଡିବାକୁ କହିଥିଲେ। କିନ୍ତୁ ମହିଳା ଜଣକ ମନା କରିବାରୁ ଦମ୍ପତିଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking