27.1 C
Bhubaneswar
Tuesday, March 31, 2026
Homeଖେଳ୩୮ତମ ଥର କୋହଲି ଶୂନ୍ୟରେ ଆଉଟ୍‌

୩୮ତମ ଥର କୋହଲି ଶୂନ୍ୟରେ ଆଉଟ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ବିରାଟ କୋହଲି ଗୁରୁବାର ୯ ବଲ୍‌ର ସାମ୍ନାକରି ମଧ୍ୟ ଖାତା ଖୋଲିପାରି ନାହାନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ୩୮ତମ ଥର ପାଇଁ ଶୂନ୍ୟରେ ଆଉଟ୍ ହୋଇଛନ୍ତି। ସର୍ବାଧିକ ଥର ଶୂନ୍ୟରେ ଆଉଟ୍ ହେବାରେ ସେ ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବତନ ଫାଷ୍ଟ୍ ବୋଲର୍ ଜାହିର୍ ଖାନ୍ (୪୩ ଥର) ଏହି ତାଲିକାର ଶୀର୍ଷରେ ଥିବାବେଳେ ଈଶାନ୍ତ ଶର୍ମା ୪୦ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ବିରାଟଙ୍କ ପଛକୁ ହରଭଜନ ସିଂହ (୩୭), ଅନୀଲ୍ କୁଲମ୍ବରେ (୩୫), ସଚିନ୍ ତେନ୍ଦୁଲକର (୩୪) ଏବଂ ରୋହିତ ଶର୍ମା (୩୪) ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking