22.1 C
Bhubaneswar
Monday, January 12, 2026
Homeଓଡିଶାପାଣ୍ଡିଆନଙ୍କ ପାଇଁ ତୁ ତୁ ମେଁ ମେଁ

ପାଣ୍ଡିଆନଙ୍କ ପାଇଁ ତୁ ତୁ ମେଁ ମେଁ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ପାଇଁ ଏବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି। ଭି.କେ. ପାଣ୍ଡିଆନଙ୍କ ସୁରକ୍ଷାରେ ୭୨ ସୁରକ୍ଷା କର୍ମୀ ନିୟୋଜିତ ଥିଲେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏହି ଗୁମର ଫିଟାଇବା ପରେ ବଢ଼ିଛି ତୁ ତୁ ମେଁମେଁ । ବିଜେଡି କହିଛି ଯଦି ଦମ୍ ଅଛି ସରକାର ଏହାର ତଦନ୍ତ କରି ଦେଖାନ୍ତୁ। ତେଣେ ବିଜେପିର ଜବାବ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ କଂଗ୍ରେସର ପ୍ରତିକ୍ରିୟା ହେଲା ଯଦି ପାଣ୍ଡିଆନ ସରକାରୀ ତହବିଲ୍‌ରୁ ଖର୍ଚ୍ଚ କରିଛନ୍ତି ତେବେ ତାହାର ତଦନ୍ତ କାହିଁକି ହେଉନି। ବିଜେଡି ବିଜେପି ମିଶିକି ଅଛନ୍ତି, କୌଣସି ତଦନ୍ତ ହେବ ନାହିଁ।ନବୀନଙ୍କ ଠାରୁ ଅଧିକ ପାୱାରଫୁଲ୍ ଥିଲେ ପାଣ୍ଡିଆନ୍ ! ତାଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷାକର୍ମୀ । ସିଏମ୍ ନୁହେଁ ସୁପର ସିଏମ୍‌ଙ୍କ ସେବା ଥିଲା ପୂର୍ବ ସରକାର ପ୍ରାଥମିକତା। ଯୁଆଡ଼େ ଯାଉଥିଲେ ଥାନା ଖାଲି କରି ସୁରକ୍ଷା ଦେଉଥିଲା ପୁଲିସ। ପାଣ୍ଡିଆନଙ୍କ ସୁରକ୍ଷାରେ ଝାଳ ବୁହାଉଥିଲା ପୁଲିସ। ଶୁକ୍ରବାର ବିଧାନସଭାରେ ପାଣ୍ଡିଆନଙ୍କ ନାଁ ନନେଇ ଏମିତି ଢଙ୍ଗରେ ଟାର୍ଗେଟ କରିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମୁଲତବି ଆଲୋଚନାରେ ଉତ୍ତର ରଖି ତତ୍କାଳୀନ ବିଜେଡି ସରକାରର ଗୁମର ଖୋଲି ବିଜେଡି ସଦସ୍ୟଙ୍କୁ ଘେରିଥିଲେ। ଆଉ ଗତକାଲି ଆଇନମନ୍ତ୍ରୀଙ୍କ ଏହି ଉତ୍ତର ପରେ ଆଜି ତେଜିଛି ରାଜନୈତିକ ବୟାନବାଜି। ବିଜେଡି ଏନେଇ ଦମ୍ଭୋକ୍ତି ଦେଖାଇଥିବା ବେଳେ ବିଜେପି ଓଲଟା ମାରିଛି ପ୍ରଶ୍ନ ବାଣ। ହେଲେ କଂଗ୍ରେସ କହିଛି ଦୁଇ ଦଳ ମିଶିକି ରହିଛନ୍ତି। ଚତୁରେ ଚତୁରେ କୋଳାକୋଳି ହେଉଛନ୍ତି।ପାଣ୍ଡିଆନ୍‌ଙ୍କୁ ୭୨ ଜଣିଆ ସୁରକ୍ଷା କର୍ମୀ ପ୍ରସଙ୍ଗରେ ବିଜେଡି କହିଛି ଯଦି ସାହସ ଅଛି ବିଜେପି ସରକାର ତଦନ୍ତ କରୁ। ତଦନ୍ତକାରୀ ସଂସ୍ଥା ତାଙ୍କ ପାଖରେ ଅଛି। ବିଜେପି କହିଛି ପାଣ୍ଡିଆନ୍ କିଏ ? କାହିଁକି ତାଙ୍କୁ ଏତେ ସୁରକ୍ଷା ଦିଆଯାଇଥିଲା। ତଦନ୍ତ ନିଶ୍ଚିତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ବି ନିଆଯିବ। କଂଗ୍ରେସ କହିଛି ଉଭୟ ଦଳ ଭିତରେ ବୁଝାମଣା ଥିବାରୁ ଏହା କେବଳ ବୟାନ ବାଜି ରେ ହିଁ ସୀମିତ ରହିବ। ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ହେବନି କି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଆଜି ପୁଣି ମୁଲତବି ଆଲୋଚନା ବେଳେ ପାଣ୍ଡିଆନଙ୍କ ନାଁ ଉଠିଥିଲା। ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ ବୋଲି କଟାକ୍ଷ କରି କହିଥିଲେ ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking