22.1 C
Bhubaneswar
Friday, February 13, 2026
Homeଓଡିଶାଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଖାଦ୍ୟ ଅଧିକାରୀ

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଖାଦ୍ୟ ଅଧିକାରୀ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଖାଦ୍ୟ ଅଧିକାରୀ ନିଯୁକ୍ତ ହେବେ। ଖାଦ୍ୟ ଅଧିକାରୀ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ରହିବ। ରାଜ୍ୟ ସରକାରଙ୍କ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଦ୍ୱାଦଶ ଶତାବ୍ଦୀର ଶ୍ରୀକ୍ଷେତ୍ରରେ ବ୍ୟବହୃତ ଘିଅର ଗୁଣବତ୍ତା ଏବଂ ‘ଭୋଗ’ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଖାଦ୍ୟ ଅଧିକାରୀ ଯାଞ୍ଚ କରିବେ। ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ମହାପ୍ରସାଦ, ଘିଅ ଓ ଅନ୍ୟ ସାମଗ୍ରୀ ନେଇ ଶ୍ରଦ୍ଧାଳୁ ଅନେକ ସମୟରେ ଅଭିଯୋଗ ଆଣିଥାନ୍ତି। ପ୍ରଶାସନ ପକ୍ଷରୁ ଯଦି ଶ୍ରୀମନ୍ଦିରରେ ଖାଦ୍ୟ ଅଧିକାରୀ ନିଯୁକ୍ତ କରାଯିବ, ଏହା ନିଶ୍ଚିତ ଭାବେ ଏକ ଭଲ ବ୍ୟବସ୍ଥା ହୋଇପାରିବ। ସବୁ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରିବେ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହା ପୂର୍ବରୁ କହିଥିଲେ ଯେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥ‌ିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ବାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking