26.1 C
Bhubaneswar
Sunday, November 24, 2024
Homeଓଡିଶାମେଦବହୁଳତା ହ୍ରାସ  ପାଇଁ କରନ୍ତୁ ଏହି ଉପାୟ

ମେଦବହୁଳତା ହ୍ରାସ  ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର : ଆଜିର ସମୟରେ ଲୋକମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହେଉଛି  ମେଦ ବହୁଳତା ।  ଭାରତରେ ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି ।  ଏହା ଯୋଗୁଁ  ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ  ଚାହାଁନ୍ତି  , ତେବେ ଆପଣ ଜଳଖିଆରେ  ପୋଷକ ତତ୍ତ୍ୱ  ଜନିଷ  ଖାଇବା ଉଚିତ ।  ଏଥିରେ ପ୍ରୋଟିନ , ଫାଇବର , ରସ , ଫଳ ଓଟ୍ସ ଆଦି  ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।  ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।  ଏଗୁଡିକରେ  ଫାଇବର ପୋଷକ ତତ୍ୱ ରହିଥାଏ ।  ଏଥିରେ ଥିବା ଟାଟାରିକ ଏସିଡ  ଶରୀରରେ  ଥିବା କାର୍ବୋ ହାଇଡ୍ରେଟକୁ ଚର୍ବିରେ ପରିଣତ କରେ ନାହିଁ ।  ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।  ଏହା ସମେତତ ଆପଣ ସକାଳୁ ଉଠିବାକୁ ଚେଷ୍ଟା କରନ୍ତୁ ।  ଆୟୁର୍ବେଦ ଅନୁଯାୟୀ , ସକାଳୁ ଉଠିବା ଦ୍ୱାରା  ଅନେକ ରୋଗରୁ ମୁକ୍ତି ମିଳିଥାଏ ।  ଏବାବ୍ୟତୀତ ମେଦ ବହୁଳତା ମଧ୍ୟ ଦୂର କରେ । ସକାଳୁ ଉଠିଲେ ଆପଣଙ୍କ ଶରୀରକୁ  ସକ୍ରିୟ  ରଖେ  ଏବଂ ସଠିକ  ଭାବରେ କାର‌୍ୟ୍ୟ କରେ । ଏହାଛଡା ସକାଳୁ ଉଠି ପ୍ରଥମେ ଉଷୁମ ପାଣି ପିଅନ୍ତୁ ।  କାରଣ ଏହା ମେଟା ବୋଲିଜିମକୁ ତ୍ୱରାନ୍ୱିତ କରେ । ଏବଂ ଶରୀରକୁ  ଡିଟକ୍ସାଇଫ  କରିଥାଏ ଯାହା ଓଜନ ହ୍ରାସ କରିବାରେ ସାହାର‌୍ୟ୍ୟ କରେ ।  ଉଷୁମ ପାଣିରେ  ଲେମ୍ଭୁ ରସ ପିଇପାରିବେ  । ଏହା ବ୍ୟତୀତ  ଏଥିରେ ମହୁ , ଅଦା ରସ , ଆପଲ ସାଇଡର ଭିନାଗର ମଧ୍ୟ ମିଶାଇ ଖାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking