ଭୁବନେଶ୍ୱର : ସକାଳୁ ରାଜ୍ୟରେ କଲବଲ କଲାଣି କୁହୁଡି । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା ୨୦ରୁ ଉପରକୁ ଉଠୁ ନଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା।










