30.1 C
Bhubaneswar
Thursday, March 19, 2026
Homeଓଡିଶାଆଉ ୨ଦିନ ରାଜ୍ୟର ବିଭିନ୍ନ ଜିଲାରେ କଲବଲ କରିବ କୁହୁଡ଼ି

ଆଉ ୨ଦିନ ରାଜ୍ୟର ବିଭିନ୍ନ ଜିଲାରେ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ୱାନୁମାନ କରାଯାଇଛି। ଏନେଇ ୧୭ଟି ଜିଲାକୁ ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ ଜିଲାରେ ୨ ଦିନ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏପରିକି ସତର୍କତାର ସହ ଗାଡି ଚଳାଚଳ କରିବାକୁ କୁହାଯାଇଛି। ସୂଚନା ଯୋଗ୍ୟ ମଙ୍ଗଳବାର ସକାଳେ ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking