ଭୁବନେଶ୍ୱର: ଏନଇପି କାର୍ଯ୍ୟକାରୀ ନେଇ ଆକ୍ସନ ମୋଡ୍ରେ ଗଣଶିକ୍ଷା ବିଭାଗ । ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ, କର୍ମଚାରୀ ଅଛନ୍ତି ନା ନାହିଁ । ଭିତ୍ତିଭୂମି ବିକାଶ ହୋଇଛି ନା ନାହିଁ ସମୀକ୍ଷା କରୁଛନ୍ତି ମନ୍ତ୍ରୀ । ଅଭିଭାବକଙ୍କ ଠାରୁ ମତାମତ ନେଉଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥିତି ପରଖିବା ପରେ ଗମଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଭିତ୍ତିଭୂମି ବିକାଶ ଆମର ଫୋକସ । ଶ୍ରେଣୀଗୃହ, ଖେଳପଡିଆର ବିକାଶର ଆବଶ୍ୟକତା ରହିଛିି । ଆମ ସରକାର ଆସିଲା ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ଖାଲି ପଦବୀ ପୂରଣ ଉପରେ ପ୍ରକ୍ରିୟା ଜାରି ରହିଛି । ବଜେଟରେ ୩୧ ହଜାର କୋଟିର ବ୍ୟବସ୍ଥା ରହିଛି । ଶିକ୍ଷା କ୍ଷେତ୍ରରେ ଓଡିଶା ଅଗ୍ରଣୀ ରାଜ୍ୟ ହେବ । ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି ।










