ବାଲେଶ୍ୱର: ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲାରେ ହାଇକୋର୍ଟରୁ ଦୁଇ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନା ଅନ୍ୟ ଦୁଇ ଜଣ ନିରାଶ । ଅଭିଯୁକ୍ତ ଛାତ୍ର ନେତା ଜ୍ୟୋତି ପ୍ରକାଶ ବିଶ୍ୱାଳ ଏବଂ ଶୁଭ୍ର ସମ୍ବିତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ । ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଥିବା ବେଳେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି । ଚାର୍ଜସିଟ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ।










