19.1 C
Bhubaneswar
Friday, December 19, 2025
Homeଓଡିଶାଏଫଏମ କଲେଜ ଘଟଣା: ନିଲମ୍ବିତ ପ୍ରିନ୍ସିପାଲ ଗିରଫ

ଏଫଏମ କଲେଜ ଘଟଣା: ନିଲମ୍ବିତ ପ୍ରିନ୍ସିପାଲ ଗିରଫ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି । ଦିଲୀପ ଘୋଷଙ୍କୁ ଗିରଫ କରିଛି ସହଦେବ ଖୁଣ୍ଟା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ପୂର୍ୱରୁ ଏଜୁକେସନ ବିଭାଗ ଏଚଓଡି ସମୀର ସାହୁ ଗିରଫ ହୋଇଥିଲେ । ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜର ପୀଡିତାଙ୍କର ଭାଇ ଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭଉଣୀଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହିତ କଥା ହୋଇଛୁ। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।

ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ପୀଡ଼ିତାଙ୍କ ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍‌ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍‌ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ମତାମତ ନିଆଯାଇଥିଲା । ପୀଡ଼ିତାଙ୍କ ସୁଗାର ଲେବଲ୍‌ ଉପରେ ଦୃଷ୍ଟି ରଖାଯାଇଛି । ହେମୋଡାଇନାମିକ ମନିଟରିଂ କରାଯାଉଛି ।

ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ କମିଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ଭିଟାମିନ-ସି, ଡି, ଏ ଓ ଜିଙ୍କ୍ ସପ୍ଲିମେଣ୍ଟ ଦିଆଯାଉଛି । ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଯାଉଛି ।  ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି । ଏମ୍ସ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଚିକିତ୍ସାର ତଦାରଖ କରୁଛନ୍ତି । ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିବାବେଳେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି । ଏହି ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଓ ସମ୍ପର୍କୀୟମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking