ଭୁବନେଶ୍ୱର: ରାଜ୍ୟରେ ବନ୍ୟାସ୍ଥିତି ନାହିଁ । କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ଆମେ ସତର୍କ ଅଛୁ । ତେବେ ରାତି ସୁଦ୍ଧା ବନ୍ୟାଜଳ ଭାର୍ଗବୀ ଓ ଦୟା ନଦୀରେ ପିକ ଅତିକ୍ରମ କରିବ । ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଏହାଛଡ଼ା ସେ କହିଛନ୍ତି ଯେ ମହାନଦୀ ଜଳସ୍ତର ବଢ଼ୁଛି । ହୀରାକୁଦର ୧୪ଟି ଗେଟ ଖୋଲାଯାଇଛି । ତଳିଆ ଅଞ୍ଚଳ କଣାସ ଓ ଧନୁଆରେ ପାଣି ପଶିପାରେ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅଧିକାରୀମାନେ ସଜାଗ ରହିଛନ୍ତି । ଏବେ ବୈତରଣୀ ବଢ଼ୁଥିଲେ ହେଁ ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବ । ସେହିପରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ବିପଦସଙ୍କେତ ତଳେ ପ୍ରବାହିତ ହେଉଛି ।