ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ସ୍ପେନର ଅନେକ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହି ବନ୍ୟାରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଘିକ ଲୋକେ ନିଖୋଜ ଅଛନ୍ତି । ଏନେଇ ପ୍ରଦାନମନ୍ତ୍ରୀ ପେଟ୍ରା ସାଜ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ ବନ୍ୟାକୁ ସାମ୍ନୀ କରିଛି ସ୍ପେନ । ୪ଦିନ ଧରି ବର୍ଷା ଲାଗି ରହିବାରୁ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଭାଇନେସିଆର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଉଦ୍ଦାର ଓ ସଫେଇ କାର୍ଯ୍ୟରେ ୨୫ ଶହ ସେନା ମୁତୟନ ଅଛନ୍ତି । ୫ ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି । ଭାଲନସିଆରେ ୨୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆଲା ମାନ ଓ ଆଣ୍ଡାଲୁସିଆରେ ୩ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।