27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଆସାମରେ ବନ୍ୟା ବିତ୍ପାତ ; ୮୦ ମୃତ

ଆସାମରେ ବନ୍ୟା ବିତ୍ପାତ ; ୮୦ ମୃତ

ଗୌହାଟ୍ଟୀ : ଆସାମରେ ବନ୍ୟା ବିତ୍ପାତ । ଗାଁ ଗଣ୍ଡାଠୁ ଆରମ୍ଭ କରି ବଣଜଙ୍ଗଲ ସବୁକିଛି ପାଣିରେ ଉବୁଟୁବୁ ହେଉଛି । ବନ୍ୟାରେ ଏବେସୁଦ୍ଧା ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ୨୭ ଜିଲ୍ଲାର ପ୍ରାୟ ୧୯ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । କେବଳ ମଣିଷ କାହିଁକି, ଏହି ଭୟଙ୍କର ବନ୍ୟା ଜୀବଜନ୍ତୁଙ୍କୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣିରେ ଭାସିଯାଇ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଟି ଗଣ୍ଡା ରହିଥିବା ସୂଚନା ଦିଆଯାଇଛି । ତେବେ କାଜିରଙ୍ଗା କର୍ତ୍ତୃପକ୍ଷ ୯୯ଟି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଜନ୍ତୁଙ୍କ ମଧ୍ୟରେ ଦୁଇଟି ଗଣ୍ଡା ଶାବକ ଏବଂ ଦୁଇଟି ହାତୀ ଶାବକ ରହିଛନ୍ତି । ଜାତୀୟ ଉଦ୍ୟାନ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି, ବନ୍ୟାଜଳରେ ବୁଡି ୧୦୪ଟି ହରିଣ, ୬ଟି ଗଣ୍ଡା ଓ ୨ଟି ସମ୍ବରର ମୃତ୍ୟୁ ହୋଇଛି । ଆଉ ଦୁଇଟି ହରିଣଙ୍କ ଗାଡି ଧକ୍କାରେ ଜୀବନ ଯାଇଥିବାବେଳେ ୨୨ଟି ବନ୍ୟଜନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking