27.6 C
Bhubaneswar
Monday, April 13, 2026
Homeଓଡିଶାମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ

କୋରାପୁଟ : ଗତକାଲିଠୁ ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ଜଳ ପ୍ରଳୟ ସ୍ଥିତି ଉପୁଜିଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବଢିଛି ଜଳସ୍ତର। ଫଳରେ ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ ଡ୍ୟାମରୁ ୪ଟି ଗେଟ୍ ଖୋଲିଛି। ଜଲାପୁଟ ଡ୍ୟାମର ଜଳ ଧାରଣ କ୍ଷମତା ୨ ହଜାର ୭୫୦ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ରହିଛି ୨ ହଜାର ୭୪୯ ଫୁଟ୍ ଛୁଇଁଛି ଜଳସ୍ତର।ସେହିପରି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଥିବା କୁରଲୁ ଓ ବିରି ନଦୀଫୁଲୁଛି। ଫଳରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି। ସୂଚନାଯୋଗ୍ୟ, ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking