35.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଫେଙ୍ଗଲ ପରେ ଅତିଷ୍ଠ କରୁଛି ବନ୍ୟା ପରିସ୍ଥିତି; ଭୂସ୍ଖଳନରେ ପରିବାରର ୭ ସଦସ୍ୟ ମୃତ

ଫେଙ୍ଗଲ ପରେ ଅତିଷ୍ଠ କରୁଛି ବନ୍ୟା ପରିସ୍ଥିତି; ଭୂସ୍ଖଳନରେ ପରିବାରର ୭ ସଦସ୍ୟ ମୃତ

ଚେନ୍ନାଇ: ବାତ୍ୟା ‘ଫେଙ୍ଗଲ୍‌’ ଅତିକ୍ରମ କରିବା ପରେ ତାମିଲନାଡ଼ୁ ଓ ପୁଡୁଚେରୀରେ ଏବେ ବନ୍ୟା ସ୍ଥିତି ଅଧିକ ଅତିଷ୍ଠ କରୁଛି। ରାସ୍ତାଘାଟରେ କାର ଓ ବସ୍ ଆଦି ଭାସୁଥିବାର ଦେଖିବାକୁ ମିଳୁଛି। ବାତ୍ୟା ‘ଫେଙ୍ଗଲ୍‌’ ଶନିବାର ରାତିରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିସାରିଥିଲେ ମଧ୍ୟ ଗତ ୫ ଦିନ ଧରି ଉଭୟ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଭୟଙ୍କର ବନ୍ୟାର ରୂପ ନେଲାଣି। ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଏକ ରାସ୍ତାରେ କାର, ବସ୍ ଗୁଡ଼ିକ ବୁଡ଼ି ରହିଥିବାର ଦେଖିବାକୁ ମିଳିଛି। ଉଥାଙ୍ଗରାଇ ବସ୍ ଷ୍ଟାଣ୍ଡର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଅନେକ ବସ୍ ବନ୍ୟାଜଳରେ ବୁଡ଼ି ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରକାଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ଫେଙ୍ଗଲଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସେହିପରି ସାମୁଦ୍ରିକ ଝଡ ଫେଙ୍ଗଲ ପ୍ରଭାବରେ ଲଗାଣ ବର୍ଷା ଏବଂ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭୂସ୍ଖଳନଜନିତ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ତାମିଲନାଡୁର ତିରୁଭାନ୍ନାମାଲାଇ ଅଞ୍ଚଳରେ ଏକ ଭୂସ୍ଖଳନ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ତିରୁଭାନ୍ନାମାଲାଇ ଅଞ୍ଚଳର ଭିଓସି ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୫ ଶିଶୁ ରହିଛନ୍ତି। ଭୂସ୍ଖଳନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ମାଟି ତଳେ ଦବି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ହେବା ବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିôଥିଲା। ପାହାଡ଼ିଆ ଅଞ୍ଚଳରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଖସିଆସିବା ଫଳରେ ପାହାଡ଼ ପାଦଦେଶରେ ଥିବା ଏକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘର ଭିତରେ ଥିବା ୭ ଜଣଙ୍କର ପ୍ରାଣହାନୀ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking