ବାଲେଶ୍ୱର: ଉତ୍ତର ଓଡିଶାରେ ବନ୍ୟା ବିତ୍ପାତ୍ତ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳକା ଏବଂ ସୁବଣ୍ଣ ରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରନ କରି ବଢିବାରେ ଲାଗିଛି । ଯାହା ନିକଟବର୍ତ୍ତି ଅଞ୍ଚଳ ପାଇଁ ଏକ ବଡ ବିପଦ ସୃଷ୍ଟି କରିଛି । ମଥାନିରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଅତିକ୍ରମ କରି ଆଜି ସକାଳ ୬ଟା ସୁଦ୍ଧା ୬.୯୦ ମିଟରରେ ପହଞ୍ଚିଛି । ଶହ ଶହ ଚାଷ ଜମି ଜଳମଗ୍ନା ମାଥାନି ନଦୀକୂଳ ଉପରେ ୪ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଘରେ ପାଣି ପସି ଯିବାରୁ ସମସ୍ତ କାଯ୍ୟରେ ବାଧା ଉରୁଜିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ଉଦ୍ଧାରକାରୀ ଦଳ ୪ଟି ପରିବାରର ୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବସ୍ତା ତହସିଲଦାର, ବିଡିଓ ଏବଂ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ।










