ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦରରୁ ଲକ୍ଷ୍ନୌକୁ ଉଡ଼ିଲା ବିମାନ। ୭୬ ଜଣ ଯାତ୍ରୀଙ୍କୁ ନେଇ ଷ୍ଟାର ଏୟାର ବିମାନ ଲକ୍ଷ୍ନୌ ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଆୟୋଜନ କରିଥିଲେ। ଝାରସୁଗୁଡ଼ାରୁ ଲକ୍ଷ୍ନୌ ଯାଉଥିବା ଯାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।