ଭୁବନେଶ୍ୱର: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୫ ଖେଳାଳି। ଡେଭିଡ ମିଲରଙ୍କ ସମେତ ୫ କ୍ରିକେଟର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ମେ ଫେୟାର ହୋଟେଲକୁ ଯାଇଥିଲେ। ଏଥିପାଇଁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଶନିବାର ଭାରତୀୟ ଟି-୨୦ ଦଳର କିଛି ଖେଳାଳି ଆସି ଭୁବନେଶ୍ୱରରେ ପହଞ୍ଚିବାର ରହିଛି। ବର୍ତ୍ତମାନ ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଜାରି ରହିଛି। ସିରିଜର ଆଉ ଗୋଟିଏ ମ୍ୟାଚ ବାକି ଅଛି। ଏହା ପରେ ଟି-୨୦ ସିରିଜ ଆରମ୍ଭ ହେବ।









