କୋରାପୁଟ : କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲରେ ରୋଗୀ ମୃ୍ତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ନର୍ସ ଭୁଲ ଇଞ୍ଜେକସନ ଦେଇଥିବାରୁ ଗୋଟିଏ ରାତିରେ ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଇସିୟୁରେ ୩ଜଣ ଏବଂ ୱାର୍ଡରେ ୨ରୋଗୀଙ୍କ ମୃତ୍ୟୁ ହୋଇôଥବା ସୂଚନା ମିଳିଛି । ସୂଚନା ଅନୁସାରେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟ ଓ ସର୍ଜରୀ ବେଡରେ ଭର୍ତ୍ତି ହୋଇଥିଳେ । ଇଞ୍ଜେକସନ ଦେବାର ୧୫ମିନିଟ ଭିତରେ ଆଇସିୟୁରେ ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗ ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।