32.1 C
Bhubaneswar
Thursday, March 26, 2026
Homeଓଡିଶାଝାରସୁଗୁଡାରେ ଚାହିଦା ଠାରୁ ଅଧିକ ମାଛ ଉତ୍ପାଦନ

ଝାରସୁଗୁଡାରେ ଚାହିଦା ଠାରୁ ଅଧିକ ମାଛ ଉତ୍ପାଦନ

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ଯେତିକି ମାଛ ଆବଶ୍ୟକ ତାହାଠାରୁ ଅଧିକ ମାଛ ଉତ୍ପାଦନ ହେଉଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ଶ୍ରୀ ମଲ୍ଲିକ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରେ ଝାରସୁଗୁଡା ଜିଲ୍ଲାରେ ୯୫୨୧ ମେଟ୍ରିକ ଟନ୍‍ ମାଛ ଆବଶ୍ୟକ ଥିବାବେଳେ ସେହିବର୍ଷ ୧୧,୩୮୧ ମେଟ୍ରିକ ଟନ୍‍ ମାଛ ଉତ୍ପାଦନ ହୋଇଥିଲା । ସେହିବର୍ଷ ଠାରୁ ଚାହିଦା ତୁଳନାରେ ଅଧିକ ମାଛ ଉତ୍ପାଦନ ହେଉଛି । ୨୦୨୩-୨୪ ବର୍ଷରେ ଜିଲ୍ଲାରେ ୧୦,୪୮୭ ମେଟ୍ରିକ ଟନ୍‍ ମାଛ ଆବଶ୍ୟକ ଥିବାବେଳେ ୧୩,୮୧୮ ମେଟ୍ରିକ ଟନ୍‍ ମାଛ ଉତ୍ପାଦନ ହୋଇଛି ।

ଝାରସୁଗୁଡା ଜିଲ୍ଲାରେ ମାଛଚାଷର ଉନ୍ନତି ପାଇଁ ମତ୍ସ୍ୟପୋଖାରୀ ଯୋଜନା, ଜୈବପୁ ଦ୍ୱାରା ମାଛ ଚାଷ, ମହିଳା ସ୍ୱୟ ସହାୟିକା ଗୋଷ୍ଠିଙ୍କ ଦ୍ୱାରା ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ, ଉନ୍ନତ ମାଛ ଯାଆଁଳ ଚାଷ ବାବଦରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହିତ ମାଛଚାଷୀଙ୍କୁ ପ୍ରୋତ୍ସାହିତ କରିବାପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ କୃଷିମେଳା, ବିଶ୍ୱ ମତ୍ସ୍ୟ ଦିବସ ଆଦି ପାଳନ ଏବଂ ଚାଷୀମାନଙ୍କୁ ପୁରସ୍କୃତ କରାଯାଉଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୩-୨୪ବର୍ଷରେ ରାଜ୍ୟରେ ମୋଟ୍‍ ୧୧,୨୩,୫୦୪ ମେଟ୍ରିକ ଟନ୍‍ ମାଛ ଉତ୍ପାଦନ ହୋଇଥିଲା । ସେଥି ମଧ୍ୟରୁ ମଧୁରଜଳରୁ ମିଳିଥିବା ମାଛ ପରିମାଣ ୭,୩୪,୨୦୭ ଟନ୍‍ ଥିବାବେଳେ ଖାରି ଜଳରୁ ୧,୬୨,୩୪୪ ମେଟ୍ରିକ ଟନ୍‍ ଏବଂ ସାମୁଦ୍ରିକ ମାଛର ପରିମାଣ ୨,୨୬,୯୫୩ ମେଟ୍ରିକ ଟନ୍‍ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking