19.1 C
Bhubaneswar
Sunday, December 21, 2025
Homeଓଡିଶାବିଦ୍ୟାଳୟରେ ସୂଚନା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବିଦ୍ୟାଳୟରେ ସୂଚନା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ବଡ ଅଘଟଣ ଘଟିଛି। ସାଇନବୋର୍ଡ ଭୁଶୁଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)। ଅନ୍ୟ ଦୁଇଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ ସାଇନ ବୋର୍ଡଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ସାଇନ ବୋର୍ଡ ତଳେ ତିନି ଜଣ ଛାତ୍ର ଫସି ଯିବାରୁ ଗୁରୁତର ହୋଇଯାଇଥିଲେ। ସୂଚନା ପାଇ ସ୍କୁଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସି ରହିଥିବା ଆହତ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏବଂ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଆହତ ଛାତ୍ର ଚିକିତ୍ସାଧୀନ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking