ନୂଆଦିଲ୍ଲୀ : ନିପା ଭାଇରସରେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁ ମାମଲା ଆସିଛି। ପଶ୍ଚିମବଙ୍ଗର ନର୍ଥ ୨୪ ପରଗନା ଜିଲ୍ଲୀର ଏକ ପ୍ରାଇଭେଟ୍ ହସ୍ପିଟାଲରେ ନିପା ଭାଇରସ ଇଫେକ୍ସନ ସହ ଜଡ଼ିତ ୨୫ ବର୍ଷର ଏକ ନର୍ସଙ୍କ ଗୁରୁବାର (୧୨ ଫେବ୍ରୁଆରୀ)ରେ ମୃତ୍ୟୁ ହୋଇଛି। ନିକଟରେ ଇତିହାସରେ ପଶ୍ଚିମ ବଙ୍ଗରେ ଏହି ଭାଇରସରେ ଏହି ପ୍ରଥମ ମୃତ୍ୟୁ। ହସ୍ପିଟାଲ ସୂତ୍ରାନୁସାରେ କହିଛି ଯେ, ନର୍ସ ଜଣଙ୍କ ସେହି ଦୁଇ ଲୋକଙ୍କ ମଧ୍ୟରେ ଜଣେ ଥିଲେ, ଯିଏ ନିପା ଭାଇରସରେ ସଂକ୍ରମିତ ହୋଇଥିଲେ ଏବଂ ଅନେକ ସପ୍ତାହରୁ ଚିକିତ୍ସିତ ହେଉ ଥିଲେ। ହେଲେ ନିକଟରେ ତାଙ୍କର ଭାଇରସ ଟେଷ୍ଟ ନେଗେଟିଭ୍ ଆସିଥିଲା, ଏହା ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇଥିଲା ଏବଂ ଆଜି ଗୁରୁବାର ହାର୍ଟ ଆଟାକ୍ (ହୃଦଘାତ)ରେ ତାଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ନର୍ସଙ୍କୁ ଜାନୁଆରୀ ଶେଷରେ ଲାଇଫ୍ ସପୋର୍ଟରୁ ହଟାଯାଇ ଥିଲା। ସେ କହିଛନ୍ତି –ଆଜି ଅପରାହ୍ନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ସେ ନିପା ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିଲେ।
କିନ୍ତୁ ସେ ଅନେକ ଜଟିଳତାରେ ପୀଡ଼ିତ ଥିଲେ। ଅଧିକାରୀଙ୍କ ମୁତାବିକ , ନର୍ସ ଦୀର୍ଘ ଦିନ ପର୍ଯ୍ୟନ୍ତ କୋମାରେ ଥିଲେ , ଯେଉଁଥିରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା ଏବଂ ପରେ ତାଙ୍କୁ ଫୁସଫୁସ ସଂକ୍ରମିତ ହେଲା। ସେ କହିଛନ୍ତି , ସେ ଏହି ଦୁଇ ଜଣ ଲୋକଙ୍କ ମଝ୍ୟରେ ଜଣେ ଥିଲେ ଯାହାଙ୍କର ଗତ ମାସରେ ନିପାରେ ସଂକ୍ରମିତ ହେବା ସ୍ପଷ୍ଟ ହୋଇଥିଲା। ଅନ୍ୟଜଣେ ସଂକ୍ରମିତ ବ୍ୟକ୍ତି ପୁରୁଷ ନର୍ସ ସୁସ୍ଥ ହୋଇ ସାରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅନୁସାରେ , ଗୁରୁବାର ସନ୍ଧ୍ୟା ସମୟ ପାଖାପାଖି ୪ଟାରେ ବାରାସାତର ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ ମୁତାବିକ, ନିପା ଭାଇରସ ସଂକ୍ରମଣ ଏକ ଜୁନୋଟିକ୍ ରୋଗ , ଯାହାକି ପଶୁଙ୍କ ଠାରୁ ମଣିଷଙ୍କ ଠାରେ ବ୍ୟାପେ । ଏହି ବିପଦ ଖାଦ୍ୟ କିମ୍ୱା ମଣିଷରୁ ମଣିଷର ସଂପର୍କ ମାଧ୍ୟମରେ ମଧ୍ୟ ବ୍ୟାପି ଥାଏ।










