20.1 C
Bhubaneswar
Thursday, January 15, 2026
Homeଅପରାଧବନ କର୍ମଚାରୀଙ୍କୁ ଗୁଳିମାଡ

ବନ କର୍ମଚାରୀଙ୍କୁ ଗୁଳିମାଡ

ରାୟଗଡା: ହାତୀ ଦାନ୍ତ ଡିଲ୍‌ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି କର୍ମଚାରୀ ଆହତ ହୋଇ ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧୀନରେ ଘଟିଛି। କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ର କିଛି ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ। ଛତିଶଗଡ଼ର ବନ ବିଭାଗ ଟିମ୍‌ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆଙ୍କୁ କାବୁ କରିଥିବାର ଜଣାପଡିଛି । କିଛି ଦୁର୍ବୃତ୍ତ ଅତର୍କିତ ଭାବେ ବନ ବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହି ଗୁଳି ମାଡ଼ରେ ବନ ବିଭାଗ ଗାଡ଼ିର କାଚରେ ଗୁଳି ମାଡ଼ର ଚିହ୍ନ ରହିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀମାନେ ସେଠାରୁ ଚାଲି ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking