24.1 C
Bhubaneswar
Tuesday, January 20, 2026
Homeଅପରାଧଗରମପାଣି ଛାଟିଦେଲେ ଅଗ୍ନିଶମ ହାବିଲଦାର ଗୁରୁତର ଅଗ୍ନିଶମ କର୍ମଚାରୀ

ଗରମପାଣି ଛାଟିଦେଲେ ଅଗ୍ନିଶମ ହାବିଲଦାର ଗୁରୁତର ଅଗ୍ନିଶମ କର୍ମଚାରୀ

ବାରିପଦା : ଅଗ୍ନିଶମ ବିଭାଗର ଜନୈକ ହାବିଲାଦାରଙ୍କ ଅମାନବୀୟ କାଣ୍ଡକୁନେଇ ଉତ୍ତେଜନା । କୌଣସି କାରଣରୁ ସହକର୍ମୀଙ୍କ ଉପରକୁ ଗରମ ପାଣି ଛାଟି ଆହତ କରିଥିବା ଜଣାପଡିଛି । ଏହାସତ୍ତ୍ୱେ ଡାକ୍ତରଖାନା ନେବା ବଦଳରେ ନୀରବତା ଅବଲମ୍ବନ କରି ଚୁପଚାପ ରହିଥିଲେ । ଆଉ ସାରାରାତି ଅସହ୍ୟ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଥିଲେ ଅସହାୟ ସହକର୍ମୀ। ସକାଳେ ଆହତ କର୍ମଚାରୀଙ୍କ ସାଥୀ କର୍ମଚାରୀମାନେ ଘଟଣା ସମ୍ପର୍କରେ ଅବଗତ ହେବାପରେ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ତେବେ ଜଣେ ଦାୟିତ୍ୱସଂପନ୍ନ ବରିଷ୍ଠ କର୍ମଚାରୀ ହୋଇ ଅନ୍ୟଜଣେ କନିଷ୍ଠ ସହକର୍ମୀଙ୍କୁ ଅମାନବୀୟ ଦଣ୍ଡ ଦେବାର ଅଧିକାର ତାଙ୍କୁ ଦେଲା କିଏ ବୋଲି ପ୍ରଶ୍ନ ଉଠୁଛି । ସେହିପରି ସଂପୃକ୍ତ ହାବିଲଦାରଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରାଯିବା ଉଚିତ ବୋଲି ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ହାବିଲଦାର। ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ତାଙ୍କ ରାଗ ଶାନ୍ତନହେବାରୁ ଫୁଟୁଥିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ । ଫଳରେ ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ପଡ଼ିବା ଯୋଗୁଁ ଗୁରୁତର ଆହାତ ହୋଇଥିଲେ ଦୁଷ୍ମନ୍ତ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ଗରମ ପାଣି ଛାଟି ଗୁରୁତର କରିଥିବା ଫାୟାରମେନ ହାବିଲଦାର ବିରୋଧରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking