ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଭୟାନକ ଅଘଟଣ ଘଟିଛି। ଏକ ଚିଙ୍ଗୁଡ଼ି ଗୋଦାମରେ ଅଗ୍ନିକାଣ୍ଡ ଘଟି ଥିବାର ଦେଖିବାକୁ ମିଳିଛି । ନିଆଁରେ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ , ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୂ ଆୟତ୍ତ କରିଛନ୍ତି। ସଟ୍ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।ଆଗକୁ ଛାଡ଼ଖାଇ ଆସୁଥିବାରୁ ଗୋଦାମ ମାଲିକ ପବିତ୍ର ସାହୁ ୩ଲକ୍ଷ ଟଙ୍କାରୁ ଅଧିକ ମାଛ ଓ ଚିଙ୍ଗୁଡ଼ି ବିକ୍ରି ପାଇଁ ରଖିଥିଲେ। ଆଜି ସକାଳେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିବା ବେଳେ , ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଗୋଦାମରେ ଥିବା ମାଛ ଏବଂ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି ।