19.1 C
Bhubaneswar
Sunday, February 8, 2026
Homeଓଡିଶାକୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଚିଲିକା: ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଶାଖାପାଟନାରୁ ଖଡ଼ଗପୁର ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌‌ରେ ହଠାତ୍‌‌ ନିଆଁ ଲାଗି ଯାଇଥିଲା। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ୍‌‌ର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିଲା। ଖବରପାଇ ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଅତ୍ୟଧିକ ଖରାରୁ କୋଇଲା ବୋଝେଇ ଟ୍ରେନ୍‌‌ର ଏକ ବଗିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ଖବର ପାଇ ରେଲୱେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking