16.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଚଳନ୍ତା ବସରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚଳନ୍ତା ବସରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ପୂର୍ବ ଗୌଦାବରୀ ଜିଲ୍ଲାର ଗମନ ବ୍ରିଜ ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳେ ବିଶାଖାପାଟଣା ଯାଉଥିବା ବସରେ ନିଆଁ  । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଯାତ୍ରୀ ସୁରକ୍ଷିତ ଭାବେ ବଞ୍ଚି ଯାଇଛନ୍ତି । ତେବେ ନିଆଁ ଲାଗିବା ପରେ କୌଣସି ମୃତାହତଙ୍କ ରିପୋର୍ଟ ଏ ଯାଏଁ ଜଣାପଡିନାହିଁ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ଟୋଲ ପ୍ଲାଜା ନିକଟରେ ବସଟି ଅଟକିବା ପରେ ଡ୍ରାଇଭର ଇଞ୍ଜିନ ଚେକ କରିଥିଲେ । ସେଠାରେ ସ୍ପାର୍କିଂ ହୋଇଥିବା ନେଇ ତୁରନ୍ତ ବସରେ ଥିବା ଲୋକଙ୍କୁ ସତର୍କତାର ସହ ତଳକୁ ଓହ୍ଲାଇବାକୁ କହିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କ ଜୀବନ ବଞ୍ଚି ଯାଇଥିଲା । କ୍ଷତିଗ୍ରସ୍ତ ଯାତ୍ରୀ ମାନଙ୍କ ପାଇଁ ବିକଳ୍ପ ପରିବହନ ବ୍ୟବସ୍ଥା କରାଯାଇଥିଲା । ଏବଂ ଅଧିକାରୀମାନେ ଟ୍ରାଫିକ ନିୟନ୍ତ୍ରଣ କରି ଅଗ୍ନିକାଣ୍ଡର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବୈଷୟିକ ଯାଞ୍ଚ ଆରମ୍ଭ କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking