29.1 C
Bhubaneswar
Friday, February 6, 2026
Homeଓଡିଶାହାଇୱା ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହାଇୱା ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଘଟଗାଁ: ସୋମବାର ଭୋର ସମୟରେ ଓଡ଼ିଶାର କେଉଁଝର ଜିଲ୍ଲାରେ ରାସ୍ତା ମଝିରେ ଏକ ହାଇୱା ଟ୍ରକ୍‌ରେ ନିଆଁ ଲାଗିଯାଇଛି। ଜିଲ୍ଲାର ହରିଚନ୍ଦନପୁର ଥାନା ସୀମା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗାଡ଼ିଟି ଯାଜପୁର ଜିଲ୍ଲାରୁ ହରିଚନ୍ଦନପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଗଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ହାଇୱା ଟ୍ରକଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟବଶତଃ, ହାଇୱାର ଡ୍ରାଇଭର ଅଗ୍ନିକାଣ୍ଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲେ। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking