ବିନିକା: ସ୍ପୋର୍ଟସ୍ ଶୋ’ ରୁମ୍ରେ ଅଗ୍ନିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲାର ଡିଙ୍ଗୁରୁପାଲିରେ ଥିବା ବନମାଳୀ ସ୍ପୋର୍ଟସ୍ ଏଣ୍ଟରପ୍ରାଇଜ୍ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ରୀଡା ଉପକରଣ ଏବଂ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକମାନେ ଶୋ’ ରୁମ୍ରେ ନିଆଁ ଲାଗିବା ଦେଖି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଏହା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।










