ଜଗତସିଂହପୁର : ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୧୭ଟି ମାଛଧରା ବୋଟ। କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ବନ୍ଦର ଜେଟିରେ ଥିବା ବୋଟ୍ରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ବୋଟ୍ ଜଳିଯାଇଛି । ରୋଷେଇ ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ବୋଟ୍ରେ ଥିବା ଗ୍ୟାସ୍ ସିଲିଣ୍ଡର ସବୁ ବିସ୍ଫୋରଣ ଘଟି ନିଆଁ ଅଧିକ ବ୍ୟାପିଥିଲା । ସିଲିଣ୍ଡର ବିସ୍ଫୋରଣ ଏଭଳି ଥିଲା ଯେ, ସମ୍ପୂର୍ଣ୍ଣ ଅଞ୍ଚଳ ଥରି ଉଠିଥିଲା। ନିଆଁ ଲିଭାଇବାରେ ୧୩ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ଘଟଣାରେ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଥମେ ନିଆଁ ଲାଗିଥିଲା । ୧ ନମ୍ବ ଜେଟିରେ ଥିବା ପିତାମାତାଙ୍କ ଆଶୀର୍ବାଦ ନାମକ ବୋଟ୍ରୁ ନିଆଁ ଲାଗିଥିଲା ।