25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶକେଜ୍ରିୱାଲ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌, ୧୮ରେ ଶୁଣାଣି

କେଜ୍ରିୱାଲ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌, ୧୮ରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶୋଚନୀୟ ପରାଜୟଜନିତ ଗ୍ଲାନି ମଧ୍ୟରେ ଦିଲ୍ଲୀ ପୋଲିସ ଏବେ ସାର୍ବଜନୀନ ସମ୍ପତ୍ତି ଆଇନର ଉଲ୍ଲଂଘନ ଅଭିଯୋଗ ଆଧାରରେ କେଜ୍ରିୱାଲ ଏବଂ ଅନ୍ୟ କେତେଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି।ଦିଲ୍ଲୀ ପୋଲିସ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଅନୁପାଳନ (କମ୍ଲିଆନ୍ସ) ରିପୋର୍ଟ ଦାଖଲ କରିଛି।

ଏସବୁ ମଧ୍ୟରେ କୋର୍ଟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ଶୁଣାଣି ତାରିଖ ପ୍ରକାଶ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟରେ ଏପ୍ରିଲ ୧୮ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, କେଜ୍ରିୱାଲ୍ ଏବଂ ଅନ୍ୟମାନଙ୍କ ବିରୋଧରେ ଆଗତ ଏହି ଏଫ୍‌ଆଇଆର୍ ବା ସମ୍ପୂର୍ଣ୍ଣ ମାମଲା ପ୍ରାୟ ୫ ବର୍ଷ ପୁରୁଣା। ୨୦୧୯ରେ, ଦ୍ୱାରକାରେ ବଡ଼ ବଡ଼ ହୋର୍ଡିଂ ଲଗାଇ ସାଧାରଣ ଲୋକଙ୍କ ଟଙ୍କା ଅପବ୍ୟବହାର କରିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ଦାବି କରାଯାଇଥିଲା। ଏବେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକୃତ କରିଛି ଏବଂ କୋର୍ଟକୁ ମଧ୍ୟ ଏସମ୍ପର୍କରେ ଜଣାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking