27.1 C
Bhubaneswar
Friday, April 3, 2026
Homeଓଡିଶାଅଭିଳାଶ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏଫଆଇଆର

ଅଭିଳାଶ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏଫଆଇଆର

ଭୁବନେଶ୍ବର: ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାଶଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ଓଡିଶା ଶାଖା ସଭାପତି ଅଭିଳାଶ ପଣ୍ଡାଙ୍କ ବିରୋଧରେ ଏଫଆଇଆର ଦେଲେ । ପ୍ରକାଶଥାଉକି ଗତ ଜୁଲାଇ ୨୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କର ଅନ୍ୟକିଛି ସହକର୍ମୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତବର୍ଷର ବିରୋଧ ଦଳ ନେତା ତଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତ୍ୟନ୍ତ ଅଶିଳ ମନ୍ତବ୍ୟ ପ୍ରଦାନ କରିବା ସହିତ ରାହୁଲ ଗାନ୍ଧୀଙ୍କର ଚରିତ୍ର ସଂହାର କରିଛନ୍ତି। ଏପରିକି ସମସ୍ତ କଂଗ୍ରେସ ଦଳର ନେତୃବର୍ଗ ଜଣେ ଜଣେ ବଳାତ୍କାରୀ ବୋଲି ଗଣମାଧ୍ଯମ ସମ୍ମୁଖରେ କହିବାକୁ କୁଣ୍ଠାବୋଧ କରିନଥିଲେ । ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଘୋର ଆଘାତ ଦେବା ସହିତ ତାଙ୍କପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଶ୍ରୀ ପଣ୍ଡା ଦେଇଛନ୍ତି ତାହା ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ଅନୁସାରେ ତାଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ନେତୃବର୍ଗ ଥାନାର ବରିଷ୍ଠ ଅଧିକାରୀ ତଥା ଜୋନର ଏସିପିଙ୍କ ଠାରେ ଦାବି କରିଛନ୍ତି । ଥାନାର ବରିଷ୍ଠ ଅଧୂକାରୀ ଏହାକୁ ଏଫଆଇର ରୂପେ ଗ୍ରହଣ କରିବା ସହିତ ତାର ଏକକିତା ନକଲ ମଧ୍ଯ ପ୍ରଦାନ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଯଦି ଶ୍ରୀ ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ ତାହାଲେ କଂଗ୍ରେସ ଆଇନଗତ ଲଢ଼େଇ ଲଢ଼ିବା ସହିତ ପୋଲିସ ବିଭାଗର ପାତର ଅନ୍ତର ବିରୋଧରେ ମଧ୍ୟ ଲଢ଼େଇ କରାଯିବ। ଏହି ପ୍ରତିନିଧୂ ମଣ୍ଡଳୀରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ମୋହନ ଜେନା, ଦେବାଶିଷ ମହାପାତ୍ର, ଶ୍ରୀୟା ମହାନ୍ତି, ପ୍ରଶନ୍ନ ନାୟକ, ପ୍ରାଚୀ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ମଣ୍ଡୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ସଂକୁନା କହଁର, ଶିଶିର ରାଉତରାୟ, ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking