ପ୍ରୟାଗରାଜ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ନୀଳ ନୟନା ମୋନାଲିସା ଏବେ ସମସ୍ତଙ୍କ ମନ ଜିଣିସାରିଛନ୍ତି । ହେଲେ ଏବେ ସେ ଘରକୁ ଫେରି ଆସିଛନ୍ତି । ମହାକୁମ୍ଭରୁ ଫେରିବା ପରେ ମୋନାଲିସା ଜଣେ ୟୁଟ୍ୱୁବ ବ୍ଲଗର ହୋଇପାରିଛନ୍ତି । ବର୍ତ୍ତମାନ ମୋନାଲିସା ତାଙ୍କ ଜୀବନଶୈଳୀରେ ଯାହା ବି କିଛି କରୁଛନ୍ତି ପ୍ରତିଦିନ ୟୁଟ୍ୟୁବରେ ଅପଲୋଡ କରୁଛନ୍ତି । ଯାହା ଫଳରେ ତାଙ୍କର ଗୋଟିଏ ଭିଡିଓ ଦିନରେ ଚଉଦ ଲକ୍ଷ୍ୟରୁ ଅଧିକ ଭ୍ୟୁ ଯାଉଛି । ମୋନାଲିସା ଭିଡିଓରେ କହିଛନ୍ତି , ମୋତେ ଘର କାମ କରିବାକୁ ଭଲ ଲାଗେ । ତେବେ ଏତେ କମ ସମୟ ମଧ୍ୟରେ ମୋନାଲିସା ମହାକୁମ୍ଭ ମେଳାରୁ ଲୋକପ୍ରିୟ ହୋଇଗଲେ । ତାଙ୍କର ଆଖି ଦେଖି ଅଟକି ଯାଉଥିଲେ ଲୋକ । ମୋନାଲିସା କୁମ୍ଭମେଳାରୁ ଫେରିଲା ପରେ ସେ ଘରକୁ ଆସି ଭିଡିଓ ବନାଉଛନ୍ତି । ତାଙ୍କ ଏହି ୟୁଟ୍ୱୁବ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତାଙ୍କର ପ୍ରଶଂସକ ମାନେ ମଧ୍ୟ ଭିଡିଓ ଦେଖିବା ପାଇଁ ବେଶ ଉତ୍ସାହ ଅଛନ୍ତି ।










