ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସହ ଜଡିତ ବୋଲି ବିବେଚନା କରାଯାଏ । ତେଣୁ, ବାସ୍ତୁ ଶାସ୍ତ୍ରରେ ଝାଡୁ ରଖିବା ସଛିକ ଦିଗ ଏବଂ ସ୍ଥଆନ ବିଷୟରେ ଉଲ୍ଲେଖ କରାଯାଇଛି । ଅନେକ ନିୟମ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂଣ୍ଣ ନିୟମ ହେଉଛି ଝାଡୁ କିଣିବାର ଶୁଭ ଦିନ । କାରଣ ଭୁଲ ଦିନରେ କିଣାଯାଇଥିବା ଝାଡୁ ଘର ପାଇଁ ଅଶୁଭ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନସାରେ , ରବିବାର, ମଙ୍ଗଳବାର, ଏବଂ ଶୁକ୍ରବାର ଦିନ ନୂତନ ଝାଡୁ କିଣିବା ଶୁଭ ବୋଲି ବିବେଚନା କରାଯାଏ । କିଛି ପରମ୍ପରା ଅନୁସାରେ, ଲୋକମାନେ ଧନତେରସ ଦିନକୁ ଝାଡୁ କିଣିବା ପାଇଁ ଶୁଭ ବୋଲି ମାନିଥାନ୍ତି । ଏହି ଦିନ ଗୁଡିକରେ କିଣାଯାଇଥିବା ଝାଡୁ ଧରେ ସୁଖସମୃଦ୍ଧିଆଣିଥାଏ।










