29.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶଭାରତର ସବୁଠାରୁ ବଡ ଲଙ୍ଗର କେଉଁଠାରେ ଆୟୋଜିତ ହୁଏ ଜାଣନ୍ତୁ

ଭାରତର ସବୁଠାରୁ ବଡ ଲଙ୍ଗର କେଉଁଠାରେ ଆୟୋଜିତ ହୁଏ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅନେକ ମନ୍ଦିର ଏବଂ ଗୁରୁଦ୍ୱାର ଅଛି, ଯେଉଁଠାରେ ଲୋକମାନଙ୍କୁ ମାଗଣା ଖାଦ୍ୟ ଦିଆଯାଏ । ତେବେ ଆସନ୍ତୁ ଜାଣିବା ଭାରତରେ ସବୁଠାରୁ ବଡ ଲରଙ୍ଗ କେଉଁଠାରେ ପ୍ରତିଷ୍ଟା ହୋଇଛି । ଅକ୍ଷ୍ୟ ପାତ୍ର ଇସ୍କନ ଫାଉଣ୍ଡେସନର ସବୁଠାରୁ ବଡ ରୋଷେଇ ଘର କର୍ଣ୍ଣାଟକର ହୁବଲିରେ ଅବସ୍ଥିତ । ରିପୋର୍ଟ ଅନୁସାରେ, ଏଠାରେ ୫ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୧,୫୦,୦୦୦ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ହୋଇଥାଏ । ଇସ୍କନ ଦ୍ୱାରା ଅଧିକାଂଶ ଗ୍ରାମୀଣ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ଯୋଗାଇ ଦିଆଯାଏ । ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ସେବାଦାରମାନେ ପ୍ରତିଦିନ ୧,୦୦,୦୦୦ ଲୋକଙ୍କୁ ଖାଦ୍ୟ ଦିଅନ୍ତି । ରିପୋର୍ଟ ଅନୁସାରେ, ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଲରଙ୍ଗ ପାଇଁ ୨ ଲକ୍ଷ ରୋଟି ତିଆରି ହୁଏ । ମହାରାଷ୍ଟ୍ରର ଶ୍ରୀ ସାଇ ସଂସ୍ଥାନ ପ୍ରସାଦାଳୟ ପ୍ରତିଦିନ୧,୦୦,୦୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ପରିବେଷଣ କରେ । ଏଗୁଡିକ ବ୍ୟତୀତ, କର୍ଣ୍ଣାଟକର ମଞ୍ଜୁନାଥ ମନ୍ଦିର ଏବଂ ଓଡିଶଆର ଜଗନ୍ନାଥ ମନ୍ଦିର ଭଳି ଧାର୍ମିକ ସ୍ଥଳରେ ଏକ ବଡ ଲଙ୍ଗରର ଆୟୋଜନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking