ଭୁବନେଶ୍ୱର: ଭିଟାମିନ ବି ୧୨ ଏକ ଅତ୍ୟାବଶ୍ୟକ ପୃଷ୍ଟିକର ପଦାର୍ଥ , ଯାହାର ଅର୍ଥ ହେଉଛି ଆପଣଙ୍କ ଶରୀର ଏହାକୁ ନିଜେ ଉତ୍ପାଦନ କରିପାରିବ ନାହିଁ ଏବଂ ଏହା ଆପଣଙ୍କ ଶରୀର ଏହାକୁ ନିଜେ ଉତ୍ପାଦନ କରିପାରିବ ନାହିଁ ଏବଂ ଏହା ଆପଣଙ୍କ ଖାଦ୍ୟ ଉପରେ ସମ୍ପୁଣ୍ଣ ନିର୍ଭରଶୀଳ । ଭିଟାମିନ ବି୧୨ ମାଂସାହାରୀ ଖାଦ୍ୟରେ ପ୍ରଚୁର ପରିମାଣରେ ମିଳିଥାଏ, କିନ୍ତୁ ଯଦି ଆପଣ ନିରାମିଷ ଭୋଜି ହୁଅନ୍ତି ତେବେ ଆପଣ ଏହି ଖାଦ୍ୟ ସହିତ ଏହାର ଅଭାବକୁ ପୂରଣ କରିପାରିବେ । କ୍ଷୀର, ଦହି, ପନିର ଏବଂ ଛେନା ଭଳି ଜିନିଷରେ ଭିଟାମିନ ବି ୧୨ ଥାଏ । ଦିନକୁ ୨ରୁ ତିନୋଟି ଅଣ୍ଡା ଖାଇଲେ ଭିଟାମିନ ବି ୧୨ ଅଭାବ ଦୂର ହୋଇପାରିବ । ପାଳଙ୍ଗ, ବିଟ , ଛତୁ ଗାଜର ଭଳି ପନିପରିବା ମଧ୍ୟ ଅଳ୍ପ ପରିମାଣରେ ବି ୧୨ ଯୋଗାଇପାରେ ।










