24.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶପ୍ରେମିକା ଫୋନ ନଦେବାରୁ ପ୍ରେମିକ କ’ଣ କଲା ଜାଣନ୍ତୁ....

ପ୍ରେମିକା ଫୋନ ନଦେବାରୁ ପ୍ରେମିକ କ’ଣ କଲା ଜାଣନ୍ତୁ….

ନୂଆଦିଲ୍ଲୀ: ଆମେରିକାର ବୋଷ୍ଟନ ଲୋହନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ଏକ ବିମାନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଝଗଡ଼ା କରି ଜରୁରୀକାଳିନ ଦ୍ୱାର ଖୋଲି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣା ଜେଟବ୍ଲୁର ଫ୍ଲାଇଟ ୧୬୧ରେ ଘଟିଥିଲା। ଏହି ବିମାନଟି ଆମେରିକାରୁ ପୁଏର୍ଟୋରିକର ସେନ ଜୁଆନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକ ଜଣକ ପୁଏର୍ଟୋରିକର ବାସିନ୍ଦା ଏବଂ ତାଙ୍କ ନାମ ଏଞ୍ଜଲ ଲୁଇସ୍ ଟୋରେସ୍ ମୋରାଲେସ୍ ବୋଲି ଜଣାପଡ଼ିଛି।

ଏୟାରଲାଇନ୍ସ ଅନୁଯାୟୀ, ଲୁଇସଙ୍କ ଏହି କାର୍ଯ୍ୟ ଯୋଗୁଁ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନକୁ ଜରୁରୀ ଅବତରଣ କରାଯାଇ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଭିଯୁକ୍ତ ଯୁବକ ଜଣକ ଯାତ୍ରା କରୁଥିବା ବିମାନର ଯାତ୍ରୀ ଘଟଣା ସମ୍ପର୍କରେ କହିଛନ୍ତି, ‘ ଲୁଇସ୍ ତାଙ୍କ ପ୍ରେମିକାଙ୍କ ସହ ବହୁତ ସମୟ ଧରି ଫୋନ ପାଇଁ ଝଗଡ଼ା କରିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ସନ୍ଦେହ କରି ଫୋନ୍ ଦେଖିବାକୁ ଜିଦ୍ କରୁଥିଲେ। କିନ୍ତୁ ପ୍ରେମିକା ତାଙ୍କୁ ଫୋନ୍ ଦେଖାଇବାକୁ ମନା କରିଦେଲେ। ତେଣୁ କ୍ରୋଧରେ ଲୁଇସ୍ ବିମାନର ଜରୁରୀକାଳୀନ ଗେଟ୍ ଖୋଲି ଡେଇଁବାକୁ ଚେଷ୍ଟା କରିଥିଲେ। ଲୁଇସଙ୍କ ଏହି କାର୍ଯ୍ୟ ଦେଖି, ଫ୍ଲାଇଟରେ ବସିଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ଚିତ୍କାର କରିବା ଆରମ୍ଭ କରିଥଲେ। ’ ଏହି ଘଟଣାରେ ଅଭିଯୋଗ ପରେ ପୁଲିସ ଲୁଇସଙ୍କୁ ହେପାଜତକୁ ନେଇଛି। କୋର୍ଟ ଲୁଇସଙ୍କୁ ମାର୍ଚ୍ଚ ୪ରେ ପୁଣି ଥରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking