ଭୁବନେଶ୍ୱର: ଗୋଲାପ ପାଖୁଡା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ, ଆଇରନ, ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ହେଲେ ବିଶେଷଜ୍ଞଙ୍କ ମତରେ , ଗୋଲାପ ପାଖୁଡା ଖାଇବା ଦ୍ୱାରା ଅନେକ ରୋଗ ଭଲ ହୁଏ । ଗୋଲାପ ପାଖୁଡା ଖାଇବାଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏହା ବ୍ୟତୀତ ଚିନ୍ତା ଏବଂ ଚାପ ମଧ୍ୟ କମିଥାଏ । ଗୋଲାପ ପାଖୁଡାରେ ଫାଇବର ଥାଏ, ଯାହା ପାଚନ ଶକ୍ତି ବୃଦ୍ଧି କରିବା ଏବଂ କୋଷ୍ଠ କାଠିନ୍ୟ ରୋକିବା ପାଇଁ ଲାଭଦାୟକ ଅଟେ । ଗୋଲାପ ପାଖୁଡା ଖାଇବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ । କାରଣ ଏଥିରେ ଭିଟାମିନ ଏ ଏବଂ ସି ରହିଥାଏ ।