22.1 C
Bhubaneswar
Monday, January 27, 2025
Homeଓଡିଶାପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ପରେ  କେତେ ପାଣି ପିଇବା ଆବଶ୍ୟକ ଜାଣନ୍ତୁ..

ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ପରେ  କେତେ ପାଣି ପିଇବା ଆବଶ୍ୟକ ଜାଣନ୍ତୁ..

ଭୁବନେଶ୍ୱର : ଯଦି ଆପଣ ପ୍ରତିଦିନ ପ୍ରୋଟିନଯୁକ୍ତ ଖାଦ୍ୟ ଖାଉଛନ୍ତି  ତେବେ ପ୍ରଚୁର ପରିମାଣରେ  ପାଣି ପିଇବା ଆବଶ୍ୟକ ।  ପ୍ରୋଟିନ ସହିତ  ଅଧିକ ଜଳ ପିଇବା ଦ୍ୱାରା କିଡନୀ ଭଲ କାମ କରେ । ଆହୁରି ମଧ୍ୟ ଶରୀରରକୁ ହାଇଡ୍ରେଟ ରଖେ । ଯାହା ଶରୀରକୁ ସୁସ୍ଥ ରଖେ । ଡାକ୍ତରଙ୍କ କହିବା ଅନୁସାରେ   ପ୍ରତିଦିନ ପ୍ରୋଟିନ ଗ୍ରହଣ କରିବା ଦ୍ୱାରା   ଶରୀରର ଓଜନ କିଲୋଗ୍ରାମରେ ପ୍ରାୟ  ୧.୨ ରୁ ୧.୬ ଗ୍ରାମ ବୃଦ୍ଧି ପାଇଥାଏ । ଆମେ ସମସ୍ତେ ଜାଣିଛପ ଯେ  ମାଂସପେଶୀ ବୃଦ୍ଧି ପାଇଁ  ଆମେ ପ୍ରୋଟିନ ଖାଇଥାଉ ।  ଏହା ବ୍ୟତୀତ  ପୃଷ୍ଟିହୀନତାରୁ ରୋକିବା ପାଇଁ ମଧ୍ୟ    ପ୍ରୋଟିନ ବ୍ୟବହାର କରନ୍ତି ।  କାରଣ ଯେତେବେଳେ ଆମେ ପ୍ରୋଟିନ ଖାଇଥାଉ   ତାହା ଆମୋନିଆରେ ପରିଣତ ହୁଏ ।  ତାପରେ ଆମ ଯକୃତ ଆମୋନିଆକୁ ୟୁରିନରେ ପରିଣତ କରେ । ଏବଂ ଶରୀରରୁ କିଡନୀ ମାଧ୍ୟମରେ ନିର୍ଗତ  ହୁଏ ।  ଏହି ପ୍ରକ୍ରିୟା ମାଧ୍ୟମରେ  ଆମର  କିଡନୀ ଭଲ କାମ କରେ ।
ଶରୀରକୁ କାହିଁକି ହାଇଡ୍ରେଟ ରଖିବା ଉଚିତ ଜାଣିଛନ୍ତି କି ?
ଯେତେବେଳେ ଆମେ ଶରୀରକୁ ସଠିକ ଭାବରେ ହାଇଡ୍ରେଟ ରଖିବା ପାଇଁ ଆମେ ପାଣି ପିଇଥାଉ ।  ଯାହା ଶରୀରରକୁ ସୁସ୍ଥ ରଖିଥାଏ । ଯଦି କେହି ପ୍ରୋଟିନ ଗ୍ରହଣ କରୁନାହାନ୍ତି  ତେବେ  ଦିନରେ ୨ରୁ ୩ ଲିଟର ପାଣି ପିଇବା ଉଚିତ  । ଯାହା ଶରୀର ଭଲ କାମ କରିବା ସହିତ ଡିଟକ୍ସାଇଡ ହୋଇଯାଏ । କିଡନୀ ମଧ୍ୟ ଭଲ ରୁହେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking