ଭୁବନେଶ୍ୱର : ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଆଳୁ ନହେଲେ ମିଠା ଆଳୁ ବା କନ୍ଦମୂଳ ରହିଥାଏ । ଏହି ଦୁଇଟି ଆଳୁ ମଧ୍ୟରେ ବିଶେଷ ପାର୍ଥକ୍ୟ ରହିଛି । କଣ ପାର୍ଥକ୍ୟ ରହିଛି ଆସନ୍ତୁ ଜାଣିବା । ଆଳୁରେ ଭିଟାମିନ ସି ରହିଛି ଏହା ଶରୀରରେ କୋଲେଜନ ତିଆରି କରିବାରେ ସାହାଯ୍ୟ କରେ । ଏହା ସହିତ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଆଳୁରେ ଫାଇବର ମିଳିଥାଏ । ଯାହା ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ । ଏଥିରେ ପୋଟାସିୟମ ଥାଏ । ଯାହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆଳୁରେ କାର୍ବୋହାଇଡ୍ରେଟ ଥାଏ । ଯଦି ଆପଣଙ୍କର ପେଟ ସମସ୍ୟା ରହିଛି ତେବେ ଆଳୁଠାରୁ ଦୂରରେ ରହିବା ଉଚିତ । ଏବେ ଜାଣିବା ମିଠା ଆଳୁ ବା ସ୍ୱିଟ ପଟାଟୋ ବିଷୟରେ । ମିଠା ଆଳୁ ଖାଇବା ଦ୍ୱାରା ଶରୀରକୁ ୧୨୨ ପ୍ରତିଶତ ଭିଟାମିନ ଯୋଗାଇଥାଏ । ମିଠା ଆଳୁରେ ପଲିଫେନୋଲ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ପ୍ରଦାହକୁ ହ୍ରାସ କରିବାରେ, କୋଲେଷ୍ଟ୍ରଲ ସ୍ତରକୁ ଉନ୍ନତ କରିବାରେ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମିଠା ଆଳୁରେ ମିଳୁଥିବା ଆଣ୍ଟୋସିୟାନିନକୁ ହ୍ରାସ କରିବାରେ ଏବଂ ମେଟାବୋଲିଜିମରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ମିଠା ଆଳୁ ମଧ୍ୟ ଭିଟାମିନ୍ ସି ଏବଂ ଭିଟାମିନ୍ ବି ୬ ର ଏକ ଉତ୍ତମ ଉତ୍ସ ।