ଭୁବନେଶ୍ୱର: ଚା ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ଚା ଭାରତୀୟମାନଙ୍କର ଏକ ଅଭ୍ୟାସ । ଅନେକ ଲୋକ ଚା କପ ନ ପିଇଲେ ନିଦରୁ ଉଠନ୍ତି ନାହିଁ । ଚା ପଇଇବାର ବିଭିନ୍ନ ଉପାୟ ରହିଛି , କେହି କ୍ଷୀର ସହିତ ପିଅନ୍ତି ତ ଆଉ କେହି ଗ୍ରୀନ ଟି । ସୁସ୍ଥ ଲୋକମାନେ ଦୁଇ କିମ୍ବା ତିନି କପରୁ ଅଧିକ ଚା ପିଇବା ଉଚିତ ନୁହେଁ । କିଛି ଲୋକ ଅତ୍ୟଧିକ ଚା ସେବନ କରନ୍ତି , ଯାହା ଶରୀର ପାଇଁ ହାନିକାରକ । ଅତ୍ୟଧିକ ଚା ପିଇବା ଦ୍ୱାରା ଚିନ୍ତା ବଢିପାରେ , ନିଦ୍ରାରେ ବ୍ୟାଘାତ ସୃଷ୍ଟି କରାଏ । ପେଟ ଖରାପ ହୋଇପାରେ । ଚାରେ ଥିବା କ୍ୟାଫିନ ଏସିଡିଟି ଏବଂ ଗ୍ୟାସ ସମସ୍ୟା ଭଳି ରୋଗର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ନିୟମିତ ଭାବେ ଅଳ୍ପ ପରିମାଣରେ ଚା ପିଇବା ଉଚିତ ।










