ଭୁବନେଶ୍ୱର: କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏହା ଖାଇବା ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ । କଲରାର ମଞ୍ଜି ମଧ୍ୟ ବହୁତ ଲାଭଦାୟକ । ମଞ୍ଜିରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ । ପେଟ ସଫା ରୁହେ । ସେହିପରି କଲରା ମଞ୍ଜି ସୁଗାର ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଭିଟାମିନ ସି, ପୋଟାସିୟମ ମିଳିଥାଏ ।ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।









