14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବିକ୍ରମ ଭଟ୍ଟ ଗିରଫ

ବିକ୍ରମ ଭଟ୍ଟ ଗିରଫ

ମୁମ୍ବାଇ: ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ମୁମ୍ବାଇରେ ଗିରଫ। ୩୦ କୋଟି ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି। ମୁମ୍ବାଇ ପୋଲିସ ସହାୟତାରେ ଗିରଫ କଲା ରାଜସ୍ଥାନ ପୋଲିସ୍। ପୂର୍ବରୁ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ନାଁରେ ଲୁକଆଉଟ୍ ନୋଟି୍ ହୋଇଥଲା। ୭ ଦିନ ତଳେ ଲୁକ୍‌ଆଉଟ୍ ନୋଟିସ୍ କରିଥିଲା ଉଦୟପୁର ପୋଲିସ୍। ଡାକ୍ତରଙ୍କୁ ଠକେଇ ନେଇ ବିକ୍ରମଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା ହୋଇଥିଲା। ସୂଚନା ଅନୁସାରେ, ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ୩୦ କୋଟି ଟଙ୍କାର ଠକେଇ ମାମଲାରେ ମୁମ୍ବାଇର ୟାରି ରୋଡ୍ ଅଞ୍ଚଳରୁ ଗିରଫ କରାଯାଇଛି। ରାଜସ୍ଥାନ ପୋଲିସ ଏବଂ ମୁମ୍ବାଇ ପୋଲିସ ଏକ ମିଳିତ ଅଭିଯାନରେ ନିର୍ଦ୍ଦେଶକଙ୍କୁ ତାଙ୍କ ଶାଳୀଙ୍କ ଘରୁ ଗିରଫ କରିଛନ୍ତି। ଏବେ, ରାଜସ୍ଥାନ ପୋଲିସ ତାଙ୍କୁ ଉଦୟପୁର ନେବା ପାଇଁ ବାନ୍ଦ୍ରା କୋର୍ଟରେ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଆବେଦନ କରିବ। ପ୍ରାୟ ୨୦ ଦିନ ପୂର୍ବେ ଉଦୟପୁରରେ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କ ସମେତ ୮ ଜଣଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କାର ଠକେଇ ପାଇଁ ଏକ ଏଫଆଇଆର ରୁଜୁ ହୋଇଥିଲା। ଉଭୟଙ୍କ ବିରୁଦ୍ଧରେ ଉଦୟପୁରର ଜଣେ ଡାକ୍ତରଙ୍କୁ ୨୦୦ କୋଟି ରୋଜଗାରର ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଭୂପାଳପୁରା ପୋଲିସ ଏହି ମାମଲାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking