25.1 C
Bhubaneswar
Wednesday, February 11, 2026
Homeଓଡିଶାକୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ...

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ

ଭୁବନେଶ୍ୱର: ଆଜି କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି । ସ୍କ୍ରିନିଂ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲର କିସମ ମଧ୍ୟରେ ଓୟୁଏଟି କଳିଙ୍ଗ ଦ୍ୱାରା ବିକଶିତ ଆଠଟି କିସମ (ଲଙ୍କା, ବାଇଗଣ, ଶାଗ, ଟମାଟ, କାଜୁ, ଆମ୍ବ ଅଦା, କଳା ହଳଦୀ, ଆଳୁ), ସିଟିସିଆରଆଇ ଦ୍ୱାରା ବିକଶିତ ଦୁଇଟି କିସମ (କନ୍ଦମୂଳ, ୟାମ ବିନ୍ ଅର୍ଥାତ୍ ଚିନିଆଳୁ), ଏବଂ ଚେସ୍ ଦ୍ୱାରା ବିକଶିତ ପାଞ୍ଚଟି କିସମ (ଜାମୁରୋଳ, ତିନି ପ୍ରକାର ଶାଗ, ବାଇଗଣ) ଆଜି ଅନୁମୋଦନ ପ୍ରାପ୍ତ ହୋଇଛି। CHES ଦ୍ୱାରା ବିକଶିତ ଜାମୁରୋଳ କିସମ ଭାରତରେ ଏହି ପ୍ରଜାତିର ପ୍ରଥମ କିସମ ଭାବେ ଅନୁମୋଦନ ଲାଭ କରିଛି । ସେହିଭଳି, କଳା ହଳଦୀ, ଓୟୁଏଟି କଳିଙ୍ଗ ବ୍ଲାକ୍ ହଳଦୀ -୧ ଭାବରେ ମଧ୍ୟ ଜଣା, ଏହାର ଔଷଧୀୟ ଗୁଣ ପାଇଁ ଜଣାଶୁଣା |

ସେହିଭଳି, ଓୟୁଏଟି ଦ୍ୱାରା ବିକଶିତ ଆଳୁ କିସମ କଳିଙ୍ଗ ଛୋଟ ଆଳୁ (ଫୁଲବାଣି ଆଳୁ) ଖୁବ ସ୍ୱାଦିଷ୍ଟ ଓ ନିଆରା ସ୍ୱାଦର। ଏହି ସବୁ କିସମ ଗୁଡ଼ିକ ଉଚ୍ଚ ଗୁଣବତ୍ତାସମ୍ପନ୍ନ, ସରଳ ଅମଳ ପଦ୍ଧତି, ଉତ୍ପାଦନ କ୍ଷମତାରେ ପରିପୂର୍ଣ୍ଣ ଅଟେ । ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ୍, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ ପରିଡ଼ା, ଡିନ୍ ରିସର୍ଚ୍ଚ, ଓୟୁଏଟି ଶ୍ରୀ ନିରଂଜନ ପଣ୍ଡା, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ଓଏସଏସସି ଲିମିଟେଡ୍, ଏରିଆ ମ୍ୟାନେଜର, ଏନଏସସି ଶ୍ରୀ ଜଗଦୀଶ ମିଶ୍ର, QPM ଉତ୍ପାଦକ କମଳ ବାସିନୀ ମହାନ୍ତି, ବିହନ ଉତ୍ପାଦକ ଶ୍ରୀ ଗୌରହରି ଜେନା, ବିହନ ବିତରକ ଶ୍ରୀମତି ସାବିତ୍ରୀ ପାଇକ, ପରିବା ଚାଷୀ ଶ୍ରୀ କୃଷ୍ଣଚନ୍ଦ୍ର ନାଗ, କୃଷି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking