ନୂଆଦିଲ୍ଲୀ: ମହିଳା କନଷ୍ଟେବଳଙ୍କୁ ଗଣଦୁଷ୍କର୍ମ । ଏଭଳି ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି । ଗଣଦୁଷ୍କର୍ମ ବେଳର ଭିଡିଓ ତିଆରି କରି ବ୍ଲାକମେଲ କରୁଥିବା ନେଇ ପୋଲିସ ପାଖେ ଅଭିଯୋଗ କରିଛନ୍ତି ପୀଡିତା । ମହିଳା କନଷ୍ଟେବଳଙ୍କ କହିବା ଅନୁସାରେ ସେ ଏକ ହୋଟେଲରୁ ଖାଦ୍ୟ ନେଇ ଯାଉଥିଲେ । ରାସ୍ତାରେ ଦୁଇ ଜଣ ବ୍ୟକ୍ତି ସେହି ସମୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଆଉ ଭିଡିଓ ମଧ୍ୟ ତିଆରି କରିଥିଲେ । ମହିଳା ଜଣଙ୍କ ପାଟି କରିବାରୁ ଲୋକମାନେ ଆସି ଦୁବୃତ୍ତମାନଙ୍କ ଠାରୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରୁ ୨ ଜଣ ଦୁôବତ୍ତ ଫେରାର ରହିଛନ୍ତି । କେବଳ ଏତିକି ନୁହେଁ ମହିଳାଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ । ୫୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ମହିଳା କନଷ୍ଟେବଳ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି ।










