19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଏନକାଉଣ୍ଟରରେ ମହିଳା କ୍ୟାଡର ନକ୍ସଲ ମୃତ

ଏନକାଉଣ୍ଟରରେ ମହିଳା କ୍ୟାଡର ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିପାତ ହୋଇଛି । ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଥାନା କିରନ୍ଦୁଲ, ଥାନା ଅରନପୁର, ଥାନା ଗାଙ୍ଗଲୁର ଏବଂ ଥାନା ଜାଗରଗୁଣ୍ଡା ଅଂଚଳର ଡୋଡି ତୁମନାର, ପିଡିଆ, ତାମୋଡି ଗ୍ରାମ ନିକଟସ୍ଥ ଜଂଗଲରେ ଦରଭା ଡିଭିଜନର ଡିଭିସିଏମ ସଚିବ ଜଗଦିଶ ଏବଂ ବଶ୍ଚିମ ବସ୍ତର ଡିଭିଜନର ସଚିବ ଦିନେଶ ଏବଂ କମ୍ପାନି ନମ୍ବର ୩ର କମାଣ୍ଡର ବେଲ୍ଲା ନିଜର ଗ୍ରୁପକୁ ନେଇ କ୍ୟାମ୍ପ କରି ରହିଛନ୍ତି ।

ତୁରନ୍ତ ଦନ୍ତେୱାଡା, ବିଜାପୁର ଏବଂ ସୁକମା ଜିଲ୍ଲାର ଡିଆରଜି ଯବାନ, ଏସଟିଏଫ ଯବାନ, ବସ୍ତର ଫାଇଟରସ୍‌, ସିଆରପିଏଫ, କୋବ୍ରା ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଆଜି ସକାଳୁ ନକ୍ସଲ ସହ ସାମ୍ନା ହୋଇଥିଲା । ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ମାଓବାଦୀର ଶବ ଉଦ୍ଧାର କରାଯାଇଛି । ମହିଳା ମାଓବାଦୀର ଶବ ଚିହ୍ନଟ କରାଯାଉଥିବା ପୁଲିସ କହିଛି । ଶବ ନିକଟରେ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ପୁଲିସ କହିଛି । ଆହୁରି ଅଧିକା ନକ୍ସଲ ଆହତ ହୋଇଥିବା ପୁଲିସ ଅନୁମାନ କରୁଛି । ଲଗାତାର ନକ୍ସଲ ବିରୋଧି ଅଭିଯାନରେ ପୁଲିସ ସଫଳତା ପାଇ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking