25.1 C
Bhubaneswar
Wednesday, March 25, 2026
Homeଓଡିଶାଲୋକଲଜ୍ଜା ଭୟରେ ବିଷପିଇ ଆତ୍ମହତ୍ୟା କଲେ ଶିକ୍ଷକ

ଲୋକଲଜ୍ଜା ଭୟରେ ବିଷପିଇ ଆତ୍ମହତ୍ୟା କଲେ ଶିକ୍ଷକ

ବଲାଙ୍ଗୀର: ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ କନ୍ଦାଜୁରୀ ହାଇସ୍କୁଲର ଶିକ୍ଷକ ଦୀପକ ମିଶ୍ର (୫୭) ଆତ୍ମହତ୍ୟା କରିଛନ୍ତି। ଲୋକଲଜ୍ଜା ଭୟରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଗତ ମଙ୍ଗଳବାର ସନ୍ଧ୍ୟାରେ ସାପ୍ତାହିକ ବଜାର ନିକଟ ପାହାଡ଼ରୁ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। କନ୍ଦାଜୁରୀ ଗ୍ରାମର ଦୀପକ ମିଶ୍ର ଗାଁ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୩ ତାରିଖ ଦିନ ୨ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଏକ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ବୈଠକରେ ସଂପୃକ୍ତ ଶିକ୍ଷକ କୁଆଡ଼େ ଦୋଷ ସ୍ବୀକାର କରିବାରୁ ଉପସ୍ଥିତ ଅଭିଭାବକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ଶିକ୍ଷକ ଶ୍ରୀ ମିଶ୍ର ସ୍କୁଲରୁ ଘରକୁ ଫେରି ପରିବାର ଲୋକଙ୍କୁ ଆସୁଛି କହି ଚାଲି ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ପରେ ବଜାର ନିକଟ ପାହାଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking