ସୁବର୍ଣ୍ଣପୁର: ପାଣି ଓ ସାପ ଭୟ ପାଇଁ ଦିନକ ଲାଗି ସ୍କୁଲ ଛୁଟି ଘୋଷଣା । ମହାଦେବପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ସ୍କୁଲରେ ପଶିଛି କେନାଲ ପାଣି । ସାପ ମଧ୍ୟ ଥାଇପାରେ । ଏନେଇ ଦିନକ ପାଇଁ ସ୍କୁଲ ଛୁଟି କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ଲଗାଣ ବର୍ଷାରେ ଦିନକ ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଥିଲ।। ତିହିଡି ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିରେ ଛୁଟି ହୋଇଥିଲା ା ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।










